ଦିତୀୟ ବଂଶାବଳୀ 30 : 1 (ORV)
ଅନନ୍ତର ଲୋକମାନେ ଯେପରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କରିବା ପାଇଁ ଯିରୂଶାଲମକୁ ସଦାପ୍ରଭୁଙ୍କ ଗୃହକୁ ଆସିବେ, ଏଥିପାଇଁ ହିଜକୀୟ ସମଗ୍ର ଇସ୍ରାଏଲ ଓ ଯିହୁଦା ନିକଟକୁ ଲୋକ ପଠାଇଲେ, ପୁଣି ଇଫ୍ରୟିମ ଓ ମନଃଶି ନିକଟକୁ ହିଁ ପତ୍ର ଲେଖିଲେ ।
ଦିତୀୟ ବଂଶାବଳୀ 30 : 2 (ORV)
କାରଣ ରାଜା, ତାଙ୍କର ଅଧିପତିମାନେ ଓ ଯିରୂଶାଲମସ୍ଥ ସମଗ୍ର ସମାଜ ଦ୍ଵିତୀୟ ମାସରେ ନିସ୍ତାର ପର୍ବ ପାଳନ କରିବା ପାଇଁ ମନ୍ତ୍ରଣା କରିଥିଲେ ।
ଦିତୀୟ ବଂଶାବଳୀ 30 : 3 (ORV)
କାରଣ ଯଥେଷ୍ଟସଂଖ୍ୟକ ଯାଜକ ଆପଣାମାନଙ୍କୁ ପବିତ୍ର କରି ନ ଥିବାରୁ, କିଅବା ଲୋକମାନେ ଯିରୂଶାଲମରେ ଏକତ୍ରିତ ହୋଇ ନ ଥିବାରୁ ସେସମୟରେ ସେମାନେ ତାହା ପାଳନ କରି ପାରି ନ ଥିଲେ ।
ଦିତୀୟ ବଂଶାବଳୀ 30 : 4 (ORV)
ଏ ବିଷୟ ରାଜାଙ୍କର ଓ ସମଗ୍ର ସମାଜର ଦୃଷ୍ଟିରେ ଯଥାର୍ଥ ବୋଧ ହେଲା ।
ଦିତୀୟ ବଂଶାବଳୀ 30 : 5 (ORV)
ଏଣୁ ଲୋକମାନେ ଯେପରି ଯିରୂଶାଲମରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କରିବାକୁ ଆସିବେ, ଏଥିପାଇଁ ସେମାନେ ବେର୍ଶେବାଠାରୁ ଦାନ୍ ପର୍ଯ୍ୟନ୍ତ ଇସ୍ରାଏଲର ସର୍ବତ୍ର ଏହା ଘୋଷଣା କରିବାକୁ ସ୍ଥିର କଲେ । କାରଣ ସେମାନେ ଲିଖନାନୁସାରେ ଏରୂପ ବହୁସଂଖ୍ୟକ ହୋଇ ପାଳନ କରି ନ ଥିଲେ ।
ଦିତୀୟ ବଂଶାବଳୀ 30 : 6 (ORV)
ତହିଁରେ ଦୂତମାନେ ରାଜା ଓ ତାଙ୍କର ଅଧିପତି-ମାନଙ୍କଠାରୁ ପତ୍ର ନେଇ ଇସ୍ରାଏଲ ଓ ଯିହୁଦାର ସର୍ବତ୍ରଣଗମନ କରି ରାଜାଜ୍ଞାନୁସାରେ ଏହି କଥା କହିଲେ, ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ଅବ୍ରହାମର ଓ ଇସ୍‍ହାକର ଓ ଇସ୍ରାଏଲର ପରମେଶ୍ଵର ସଦାପ୍ରଭୁଙ୍କ ପ୍ରତି ପୁନର୍ବାର ଫେର, ତହିଁରେ ସେ ଅଶୂର-ରାଜଗଣ ହସ୍ତରୁ ରକ୍ଷିତ ତୁମ୍ଭମାନଙ୍କ ଅବଶିଷ୍ଟାଂଶ ପ୍ରତି ଫେରିବେ ।
ଦିତୀୟ ବଂଶାବଳୀ 30 : 7 (ORV)
ଆଉ, ତୁମ୍ଭେମାନେ ଆପଣାମାନଙ୍କ ପିତୃଗଣ ଓ ଭ୍ରାତୃଗଣ ତୁଲ୍ୟ ନ ହୁଅ, ସେମାନେ ଆପଣା ପୂର୍ବପୁରୁଷ-ଗଣର ପରମେଶ୍ଵର ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟଲଙ୍ଘନ କଲେ, ତେଣୁ ତୁମ୍ଭେମାନେ ଦେଖୁଅଛ ଯେ, ସେ ସେମାନଙ୍କୁ ବିନାଶରେ ସମର୍ପଣ କଲେ ।
ଦିତୀୟ ବଂଶାବଳୀ 30 : 8 (ORV)
ତୁମ୍ଭେମାନେ ଆପଣାମାନଙ୍କ ପିତୃଲୋକଙ୍କ ତୁଲ୍ୟ ଶକ୍ତଗ୍ରୀବ ନ ହୁଅ; ମାତ୍ର ତୁମ୍ଭମାନଙ୍କ ଉପରୁ ତାହାଙ୍କର ପ୍ରଚଣ୍ତ କ୍ରୋଧ ଯେପରି ନିବୃତ୍ତ ହେବ, ଏଥିପାଇଁ ଆପଣା-ମାନଙ୍କୁ ସଦାପ୍ରଭୁଙ୍କର ବଶୀଭୂତ କର ଓ ସେ ଚିରକାଳ ନିମନ୍ତେ ଯେଉଁ ସ୍ଥାନ ପବିତ୍ର କରିଅଛନ୍ତି, ତାହାଙ୍କର ସେହି ଧର୍ମଧାମରେ ପ୍ରବେଶ କରି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କର ସେବା କର ।
ଦିତୀୟ ବଂଶାବଳୀ 30 : 9 (ORV)
କାରଣ ତୁମ୍ଭେମାନେ ଯେବେ ପୁନର୍ବାର ସଦାପ୍ରଭୁଙ୍କ ପ୍ରତି ଫେରିବ, ତେବେ ତୁମ୍ଭମାନଙ୍କ ଭ୍ରାତୃଗଣ ଓ ସନ୍ତାନଗଣ ଯେଉଁମାନଙ୍କ ଦ୍ଵାରା ବନ୍ଦୀ ରୂପେ ନୀତ ହୋଇଅଛନ୍ତି, ସେମାନଙ୍କ ଦୃଷ୍ଟିରେ ଦୟାପ୍ରାପ୍ତ ହେବେ ଓ ପୁନର୍ବାର ଏହି ଦେଶକୁ ଆସିବେ; ଯେଣୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର କୃପାମୟ ଓ ଦୟାଳୁ ଅଟନ୍ତି, ଯେବେ ତୁମ୍ଭେମାନେ ତାହାଙ୍କ ପ୍ରତି ଫେରିବ, ତେବେ ସେ ତୁମ୍ଭମାନଙ୍କଠାରୁ ଆପଣା ମୁଖ ଫେରାଇବେ ନାହିଁ ।
ଦିତୀୟ ବଂଶାବଳୀ 30 : 10 (ORV)
ତହୁଁ ଦୂତମାନେ ଇଫ୍ରୟିମ ଓ ମନଃଶି ଦେଶ ଦେଇ ସବୂଲୁନ୍ ପର୍ଯ୍ୟନ୍ତ ନଗରକୁ ନଗର ଗମନ କଲେ; ମାତ୍ର ଲୋକମାନେ ସେମାନଙ୍କୁ ଉପହାସ କରି ବିଦ୍ରୂପ କଲେ ।
ଦିତୀୟ ବଂଶାବଳୀ 30 : 11 (ORV)
ତଥାପି ଆଶେର୍ର ଓ ମନଃଶିର ଓ ସବୂଲୁନ୍ର କେତେକ ଲୋକ ଆପଣାମାନଙ୍କୁ ନମ୍ର କରି ଯିରୂଶାଲମକୁ ଆସିଲେ ।
ଦିତୀୟ ବଂଶାବଳୀ 30 : 12 (ORV)
ମଧ୍ୟ ସଦାପ୍ରଭୁଙ୍କ ବାକ୍ୟାନୁସାରେ ରାଜାଙ୍କର ଓ ଅଧିପତିମାନଙ୍କର ଆଜ୍ଞା ପାଳନ କରିବା ପାଇଁ ଯିହୁଦାର ଲୋକମାନଙ୍କୁ ଏକଚିତ୍ତ ହେବାକୁ ପରମେଶ୍ଵରଙ୍କ ହସ୍ତ ସେମାନଙ୍କ ମଧ୍ୟରେ ବିଦ୍ୟମାନ ହେଲା ।
ଦିତୀୟ ବଂଶାବଳୀ 30 : 13 (ORV)
ତହୁଁ ଦ୍ଵିତୀୟ ମାସରେ ତାଡ଼ିଶୂନ୍ୟ ରୋଟୀର ପର୍ବ ପାଳନ କରିବା ପାଇଁ ଅନେକ ଲୋକର ଅତି ମହାସମାଜ ଯିରୂଶାଲମରେ ଏକତ୍ରିତ ହେଲେ ।
ଦିତୀୟ ବଂଶାବଳୀ 30 : 14 (ORV)
ପୁଣି, ସେମାନେ ଉଠି ଯିରୂଶାଲମସ୍ଥ ଯଜ୍ଞବେଦି ସବୁ ଦୂର କଲେ ଓ ଧୂପଦାହାର୍ଥକ ଯଜ୍ଞବେଦିସବୁ ଦୂର କରି କିଦ୍ରୋଣ ନଦୀରେ ନିକ୍ଷେପ କଲେ ।
ଦିତୀୟ ବଂଶାବଳୀ 30 : 15 (ORV)
ଏଉତ୍ତାରେ ସେମାନେ ଦ୍ଵିତୀୟ ମାସର ଚତୁର୍ଦ୍ଦଶ ଦିନରେ ନିସ୍ତାର ପର୍ବର ବଳି ବଧ କଲେ; ତହିଁରେ ଯାଜକମାନେ ଓ ଲେବୀୟମାନେ ଲଜ୍ଜିତ ହୋଇ ଆପଣାମାନଙ୍କୁ ପବିତ୍ର କଲେ ଓ ସଦାପ୍ରଭୁଙ୍କ ଗୃହକୁ ହୋମବଳି ଆଣିଲେ ।
ଦିତୀୟ ବଂଶାବଳୀ 30 : 16 (ORV)
ଆଉ, ସେମାନେ ପରମେଶ୍ଵରଙ୍କ ଲୋକ ମୋଶାଙ୍କର ବ୍ୟବସ୍ଥାନୁସାରେ ଶ୍ରେଣୀକ୍ରମେ ଆପଣା ଆପଣା ସ୍ଥାନରେ ଠିଆ ହେଲେ; ଯାଜକମାନେ ଲେବୀୟମାନଙ୍କ ହସ୍ତରୁ ରକ୍ତ ଗ୍ରହଣ କରି ସେଚନ କଲେ ।
ଦିତୀୟ ବଂଶାବଳୀ 30 : 17 (ORV)
କାରଣ ସମାଜ ମଧ୍ୟରେ ଅନେକ ଲୋକ ଆପଣାମାନଙ୍କୁ ପବିତ୍ର କରି ନ ଥିଲେ; ଏହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବାକୁ ପ୍ରତ୍ୟେକ ଅଶୁଚି ଲୋକ ନିମନ୍ତେ ନିସ୍ତାର ପର୍ବର ବଳି ବଧ କରିବାର ଭାର ଲେବୀୟମାନଙ୍କ ଉପରେ ଥିଲା ।
ଦିତୀୟ ବଂଶାବଳୀ 30 : 18 (ORV)
ଅସଂଖ୍ୟ ଲୋକ, ଅର୍ଥାତ୍, ଇଫ୍ରୟିମ୍ ଓ ମନଃଶି, ଇଷାଖର ଓ ସବୂଲୁନ୍ ମଧ୍ୟରୁ ଅନେକେ ଆପଣାମାନଙ୍କୁ ଶୁଚି କରି ନ ଥିଲେ, ତଥାପି ସେମାନେ ଲେଖାର ବିପରୀତରେ ନିସ୍ତାରପର୍ବର ବଳି ଭୋଜନ କଲେ । କାରଣ ହିଜକୀୟ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରି ଏହା କହିଥିଲେ,
ଦିତୀୟ ବଂଶାବଳୀ 30 : 19 (ORV)
ଯେକେହି ପରମେଶ୍ଵରଙ୍କର, ସଦାପ୍ରଭୁ ଆପଣା ପୈତୃକ ପରମେଶ୍ଵରଙ୍କର ଅନ୍ଵେଷଣ କରିବା ପାଇଁ ଅନ୍ତଃକରଣ ନିବିଷ୍ଟ କରେ, ସେ ଧର୍ମଧାମର ଶୌଚବିଧି ଅନୁସାରେ ଶୁଚି ନୋହିଲେ ହେଁ ମଙ୍ଗଳମୟ ସଦାପ୍ରଭୁ ତାହାକୁ କ୍ଷମା କରନ୍ତୁ ।
ଦିତୀୟ ବଂଶାବଳୀ 30 : 20 (ORV)
ପୁଣି, ସଦାପ୍ରଭୁ ହିଜକୀୟଙ୍କର ବାକ୍ୟରେ କର୍ଣ୍ଣପାତ କଲେ ଓ ଲୋକମାନଙ୍କୁ ସୁସ୍ଥ କଲେ ।
ଦିତୀୟ ବଂଶାବଳୀ 30 : 21 (ORV)
ଏହିରୂପେ ଯିରୂଶାଲମରେ ଉପସ୍ଥିତ ଇସ୍ରାଏଲ-ସନ୍ତାନଗଣ ମହାନନ୍ଦରେ ସାତ ଦିନ ତାଡ଼ିଶୂନ୍ୟ ରୋଟୀର ପର୍ବ ପାଳନ କଲେ; ପୁଣି ଲେବୀୟମାନେ ଓ ଯାଜକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉଚ୍ଚ ବାଦ୍ୟଧ୍ଵନିରେ ଗାନ କରି ପ୍ରତି ଦିନ ସଦାପ୍ରଭୁଙ୍କର ପ୍ରଶଂସା କଲେ ।
ଦିତୀୟ ବଂଶାବଳୀ 30 : 22 (ORV)
ଆଉ, ଯେଉଁ ସକଳ ଲେବୀୟ ଲୋକ ସଦାପ୍ରଭୁଙ୍କ ସେବାକାର୍ଯ୍ୟରେ ସୁଦକ୍ଷ ଥିଲେ, ସେମାନଙ୍କୁ ହିଜକୀୟ ଚିତ୍ତ ପ୍ରବୋଧକ କଥା କହିଲେ । ତହୁଁ ସେମାନେ ପର୍ବର ସାତ ଦିନଯାକ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଭୋଜନ କଲେ ଓ ସଦାପ୍ରଭୁ ସେମାନଙ୍କ ପୈତୃକ ପରମେଶ୍ଵରଙ୍କ ନିକଟରେ ସ୍ଵୀକାର କଲେ ।
ଦିତୀୟ ବଂଶାବଳୀ 30 : 23 (ORV)
ଏଉତ୍ତାରେ ଆଉ ସାତ ଦିନ ପାଳନ କରିବା ପାଇଁ ସମଗ୍ର ସମାଜ ପରାମର୍ଶ କଲେ; ପୁଣି, ସେମାନେ ସେହି ସାତ ଦିନ ଆନନ୍ଦରେ ପାଳନ କଲେ ।
ଦିତୀୟ ବଂଶାବଳୀ 30 : 24 (ORV)
ଏଣୁ ଯିହୁଦାର ରାଜା ହିଜକୀୟ ଉପହାର ନିମନ୍ତେ ସମାଜକୁ ଏକ ସହସ୍ର ବୃଷ ଓ ସାତ ସହସ୍ର ମେଷ ଦେଲେ; ଆଉ, ଅଧିପତିମାନେ ସମାଜକୁ ଏକ ସହସ୍ର ବୃଷ ଓ ଦଶ ସହସ୍ର ମେଷ ଦେଲେ; ପୁଣି ଯାଜକମାନଙ୍କ ମଧ୍ୟରୁ ଅନେକେ ଆପଣାମାନଙ୍କୁ ପବିତ୍ର କଲେ ।
ଦିତୀୟ ବଂଶାବଳୀ 30 : 25 (ORV)
ପୁଣି, ଯାଜକ ଓ ଲେବୀୟମାନଙ୍କ ସହିତ ଯିହୁଦାର ସମଗ୍ର ସମାଜ ଓ ଇସ୍ରାଏଲ ମଧ୍ୟରୁ ଆଗତ ସମଗ୍ର ସମାଜ, ପୁଣି ଇସ୍ରାଏଲ ଦେଶରୁ ଆଗତ ଓ ଯିହୁଦା ନିବାସୀ ବିଦେଶୀଗଣ ଆନନ୍ଦ କଲେ ।
ଦିତୀୟ ବଂଶାବଳୀ 30 : 26 (ORV)
ଏହିରୂପେ ଯିରୂଶାଲମରେ ମହାନନ୍ଦ ହେଲା; କାରଣ ଇସ୍ରାଏଲର ରାଜା ଦାଉଦଙ୍କର ପୁତ୍ର ଶଲୋମନଙ୍କ ସମୟଠାରୁ ଯିରୂଶାଲମରେ ଏପରି ଆଉ ହୋଇ ନ ଥିଲା ।
ଦିତୀୟ ବଂଶାବଳୀ 30 : 27 (ORV)
ଏଉତ୍ତାରେ ଲେବୀୟ ଯାଜକମାନେ ଉଠି ଲୋକମାନଙ୍କୁ କଲ୍ୟାଣ କଲେ; ପୁଣି ସେମାନଙ୍କ ରବରେ ମନୋଯୋଗ କରାଗଲା ଓ ସେମାନଙ୍କ ପ୍ରାର୍ଥନା ତାହାଙ୍କ ପବିତ୍ର ବାସସ୍ଥାନ ସ୍ଵର୍ଗ ପର୍ଯ୍ୟନ୍ତ ପ୍ରବେଶ କଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27

BG:

Opacity:

Color:


Size:


Font: